ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଦୁଇ ଜଣ ଅଫିସର ଭିଜିଲାନ୍ସ କବ୍ଜାରେ

0

କଳାହାଣ୍ଡି : ରାଜ୍ୟସରକାରଙ୍କ ଜିରୋ ଟଲରେନ୍ସ ନିୟମ ଲାଗୁ ଦିନଠୁ କଳାହାଣ୍ଡି ଭିଜିଲାନ୍ସ ଜାଲ ରେ କଳାହାଣ୍ଡିର ବଡ଼ ବଡ଼ ଅଫିସର ଭିଜିଲାନ୍ସ କବ୍ଜାକୁ ଆସିବା ସମୟରେ ବାଦ ପଡ଼ିନାହାନ୍ତି ପୂର୍ବତନ ବିଧାୟକ ଅନାମ ନାଏକ । ଭିଜିଲାନ୍ସ ସରକାରୀ ଓକିଲ ଆଶୁତୋଷ ମିଶ୍ର ସେହିଭଳି ଗତ ସପ୍ତାହରେ କେଗାଁ ଫରେଷ୍ଟ ରେଞ୍ଜର କେଶବ ମାଝୀ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଜେଲରେ ଥିବା ବେଳେ ଆଜି ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏଜୁକେଟିଭ ଏଞ୍ଜିନିଅର ସମୀର ଠାକୁର ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ କାଳୀନ ଭାବନୀପାଟଣା ୪ଟି ସ୍ଥାନରେ ଚାଲିଛି ରେଡ । ଭବାନୀପାଟଣା ମୁନିସିପାଲିଟି ଅଫିସ, ମହାବୀର ପଡା ତାଙ୍କ ନିଜ ଘର, ବଜାର ପଡା ବେଙ୍ଗଲୋର ବେକେରି ପାଖ ସ୍ଥିତ ତାଙ୍କ ଭଡାଘର ଓ ତାଙ୍କ ସମ୍ପର୍କୀୟ ଶଳା ଘରେ ରେଡ କରିଛି କୋରାପୁଟ ଭିଜିଲାନ୍ସ । ଡିଭିଜନର ୪ଟି ଟିମ ଜୟପୁର, ନବରଙ୍ଗପୁର, ମାଲକାନଗିରି ଓ ଭବାନୀପାଟଣା ଭିଜିଲାନ୍ସ ଟିମ ମଧ୍ୟ ସାମିଲ ହୋଇ ରେଡ ଜାରି ରଖିଛନ୍ତି ।