ବଜ୍ରାଘାତରେ ୨ ମହିଳାଙ୍କ ଗଲା ଜୀବନ

0

ବଲାଙ୍ଗୀର : ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ମୃତ, ଜଣେ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଳି ଗ୍ରାମରେ। ସୂଚନା ଅନୁସାରେ, ଗାଁର ସ୍ନେହଲତା ବୁଡେକ ନାମକ ଜଣେ ମହିଳା ଛେଳି ଚରାଇବାକୁ ଯାଇଥିଲେ। ତାଙ୍କ ସହ ଅନ୍ୟ କିଛି ଗାଁ ଲୋକ ମଧ୍ୟ ଯାଇଥିଲେ। ହଠାତ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା କିଛି ସମୟ ବର୍ଷା ପରେ ଘଡିଘଡି ସହ ବିଜୁଳି ମାରିଥିଲା। ମହିଳା ଜଣକ ଚାଷ ଜମିରୁ ଛେଳିଙ୍କୁ ଘଉଡ଼ାଇ ନେବା ସମୟରେ ବଜ୍ରାଘାତ ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନିକଟରେ ଥିବା ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କ ନା ଗୌରାଙ୍ଗ ବୁଡ଼େକ। ଏନେଇ ଅନ୍ୟଲୋକ ମାନେ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ସଇଁନ୍ତଳା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେପଟେ  ଅନ୍ୟ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।