ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି କିସ୍ କରି ଚାଲିଛନ୍ତି ଦୁଇ ଯୁବକ ଯୁବତୀ

0

ବ୍ୟୁରୋ: ଚଳନ୍ତା ବାଇକ୍ରେ କିସ୍। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁରରେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି କିସ୍ କରି ଚାଲିଛନ୍ତି ଦୁଇ ଯୁବକ ଯୁବତୀ । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜଣେ ପଦସ୍ଥ ଟ୍ରାଫିକ୍ ପୁଲିସ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେବା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍ ଚାଳକଙ୍କ ଉପରେ ଜରିମାନା କରିଛନ୍ତି। କାହିଁକିନାଁ ଦୁଇ ଯୁବକ ଯୁବତୀ ବାଇକରେ ଯାତ୍ରା କରିବା ସମୟରେ ମୁଣ୍ଡରେ ହେଲମେଣ୍ଡ ପିନ୍ଧିନାହାଁନ୍ତି ।
ଜୟପୁର ଟ୍ରାଫିକ୍ ଅଧିକାରୀଜଣକ କହିଛନ୍ତି, ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଅନ୍ୟ କାର୍ୟ୍ୟରେ ମଗ୍ନ ଥିବାର ଭିଡିଓ ଆମେ ସାମାଜିକ ଗଣମାଧ୍ୟମରୁ ପାଇଲୁ। ଭିଡିଓରେ ଦେଖାଯାଉଥିବା ରେଜିଷ୍ଟ୍ରେସନ୍ ନମ୍ବର ଆଧାରରେ ଆମେ ଗାଡ଼ି ମାଲିକଙ୍କ ନାଁ ଓ ଠିକଣା ପାଇ ‘ମୋଟୋର୍ ଭେଇକ୍ଲ୍ ଆକ୍ଟ ୧୯୮୮’ ଅନୁସାରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛୁ।