ବାଇକ ଧକ୍କାରେ ଦୁଇ ଯୁବକଙ୍କ ମୃତ

0

ଦେବଗଡ / ସୁଦାମ ବେହେରା : ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଗଲା ୨ ଜୀବନ । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଛକରେ ଦୁଇ ବାଇକ ମୁହାଁ ମୁହିଁ ହୋଇ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛ ।
ସୂଚନା ଅନୁଯାୟୀ, ବଲାଣି ଗ୍ରାମର କ୍ଷିରେଶ୍ଵର ସାହୁଙ୍କ ପୁଅ ଚିନ୍ତାମଣି ସାହୁ ଏବଂ ଦ୍ବାରୀ ପ୍ରଧାନଙ୍କ ପୁଅ ସନ୍ତୁ ପ୍ରଧାନ ( OR 14 T 4787 ନମ୍ବର) ବାଇକରେ ଫୁଟବଲ ଖେଳ ଦେଖିବା ପାଇଁ ମରଡଙ୍ଗ ଗ୍ରାମକୁ ଆସୁଥିଲେ । ସେହି ସମୟରେ ବଣେଇ ପଟୁ ବାରକୋଟ ଅଭିମୁଖେ ଭୁବନେଶ୍ବରର ଜଣେ ଯୁବକ ଏକ ବାଇକ (ନମ୍ଵରOD 02 B.J 9953) ନେଇ ଦୃତ ଗତିରେ ଆସି ମରଡଙ୍ଗ ଛକରେ ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଗାଡି ମୁହାଁ ମୁହିଁ ଧକ୍କାରେ ଘଟଣା ସ୍ଥଳରେ ଭୁବନେଶ୍ଵର ଅଂଚଳର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ବଲାଣି ଗ୍ରାମର ଚିନ୍ତାମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବାରକୋଟ ଡାକ୍ତର ସନ୍ତୁ ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ତେବେ ଭୁବନେଶ୍ଵର ଅଂଚଳର ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ବାରକୋଟ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।