ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ଜୀବନ ଗଲା

0

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦେପୁର ନିକଟରେ ଗଛ ସହ ଧକ୍କା ହେଲା ବାଇକ । ଦୁଇ ମୃତ ଜଣେ ଗୁରୁତର ଗତ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଦୁଇ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଭୋର ୫ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ପରୁଆଗୁଡା ଗ୍ରାମର ରୋହିତ ପଟେଲ ନାମକ ଜନୈକ ଯୁବକଙ୍କ ସହ ଜୁନାଗଡ ଥାନା ଅଧୀନସ୍ଥ ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଏବଂ ଲକ୍ଷ୍ମୀକାନ୍ତ ମାଝୀ ନାମକ ୧୪ ବର୍ଷିୟ ନାବାଳକ ବାଇକ ଯୋଗେ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିଲେ । ଏହି ସମୟରେ ଦେପୁର ନିକଟରେ ବାଇକ ଷ୍ଫଳକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ସହ ଧକ୍କା କରିଥିଲେ । ଫଳରେ ଘଟଣାସ୍ଥଳରେ ରୋହିତ ଏବଂ ଅଜୟର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଲକ୍ଷ୍ମୀକାନ୍ତକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମର ଶରୀର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।