ସୁନ୍ଦରଗଡରେ ୨୭ ଓ ପଦ୍ମପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ

0

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଗୋଟିଏ ଦିନରେ ସୁନ୍ଦରଗଡରେ ୨୭ ପଜିଟିଭ ଓ ପଦ୍ନପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍କ୍ରବ ଟାଇଫସରେ ଜଣେ ମୃତ ହୋଇଛି । ସୁନ୍ଦରଗଡରେ ସ୍କ୍ରବ ଟାଇଫଓ ରୋଗୀଙ୍କ ସଂଖ୍ୟା ୧୬୨ ପହଞ୍ଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଆକ୍ରାନ୍ତଙ୍କ ପାଇଁ ସହଜୁସ ରହିଛି ଔଷଧ ଓ ସ୍ୱତନ୍ତ୍ର ଡାକ୍ତରୀ ଦଳ ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗତକାଲି ୧୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୫ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଲୋକମାନଙ୍କୁ ଜର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେବାରୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ ।

ସ୍କ୍ରବ ଟାଇଫସ ସନ୍ଦେହ କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାରୁ ୫ ଜଣ ପଜିଟିଭ ଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ପଦ୍ମପୁର ଏସଡିଏମଓ ଡାକ୍ତର ସରୋଜ ସେଠ ସୂଚନା ଦେଇଛନ୍ତି ।