ଉଦଳା ପୋଲିସର ସଫଳତା, ଅଭିଯୁକ୍ତ ଗିରଫ

0

(ଉଦଳା / ଦୀପକ ମିଶ୍ର ) : ଗତ ୧୮ ତାରିଖରେ ଉଦଳାରେ ଥିବା ମାରୁତି ସୁଜୁକି ସୋ ରୁମରୁ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗରିଫ କରିଛି । ଗିରଫ ଅଭିଯୁକ୍ତ ସୋ ରୁମର ଡ଼୍ରାଇଭର ବୋଲି ଜଣାଯାଇଛି ।
ମୟୁରଭଞ୍ଜ ଜିଲ୍ଳା ଉଦଳା ମସଜିଦ୍ ଛକ ନିକଟରେ ଥିବା ମାରୁତି ସୁଜୁକି ସୋ ରୁମରୁ କେହି ଦୁବୃର୍ତ ବିଳମ୍ବିତ ରାତିରେ ଲୁଟ୍ କରି ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା ଚୋରୀ କରି ନେଇଥିବା ଗତ ୧୮ ତାରିଖ ଉଦଳା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ କରିଥିବା ଏକ ସପ୍ତାହ ପରେ ଲୁଟ୍ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ସୋ ରୁମର ଡ଼୍ରାଇଭର କପ୍ତିପଦା ଥାନା ଜାରଡ଼ା ଗ୍ରାମର ସତ୍ୟବାନ ପ୍ରଧାନ ବୋଲି ଜଣାଯାଇଛି । ଅଭିଯୁକ୍ତ ଜଣକ ନିଜେ ସୋ ରୁମର ସ୍କାଏ ଲାଇଟ୍ ମଧ୍ୟ ଦେଇ ସୋ ରୁମ ଭିତରକୁ ୧୭ ତାରିଖ ବିଳମ୍ବିତ ରାତିରେ ପଶିବା ପରେ ଟେବୁଲ ଡ଼୍ର ଖୋଲି ସେଥିରେ ଥିବା ୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ୍ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ଏହା ପରେ ସେ ଚୋରି କରିଥିବା ଟଙ୍କାକୁ ନେଇ ନିଜ ଘରବାଡ଼ିରେ ଏକ ଗାତ ଖୋଳି ପଲିଥିନ୍ରେ ଟଙ୍କାକୁ ପୁରାଇ ରଖି ଦେଇଥିଲେ । ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଅଭିଯୁକ୍ତ ନିକଟରୁ ୧ ଳକ୍ଷ ୨୦ ହଜାର ଟଙ୍କା ଉଦ୍ଧାର କରିଛି । ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରିଛି ପୋଲିସ ।