ମହିଳାଙ୍କୁ ପୋଡ଼ି ମାରିଦେଲା ସ୍ୱାମୀ

0

(ଉଦଳା / ଦୀପକ ମିଶ୍ର ) : ପୁଣି ଯୌତୁକ ଜୁଇରେ ବଳି ପଡ଼ିଲା ଜଣେ ବିବାହିତା ମହିଳା । ପାରିବାରିକ କଳହ ଯୌତୁକ ଦାବିରେ ମହିଳାଙ୍କୁ ପୋଡ଼ି ମାରିଛି ଜହ୍ଲାଦ ସ୍ୱାମୀ । ଏଭଳି ଘଟଣା ଘଟିଛି ଖୁଂଟା ଥାନା ଲଖଣାସାହି ଗ୍ରାମରେ ।
ମୟୁରଭଞ୍ଜ ଜିଲ୍ଳା ଖଂଟା ଥାନା ଲଖଣାସାହି ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ପୋଡ଼ି ମାରି ଦେଇଛି ତାର ସ୍ୱାମୀ । ଲଖରାସାହି ଗ୍ରାମର ଧନଞ୍ଜୟ ମହାନ୍ତଙ୍କର ତାଙ୍କ ସ୍ତ୍ରୀ ମନ୍ଦାକିନୀ ମହାନ୍ତ ସହିତ ଅନେକ ସମୟରେ କଳହ ଲାଗି ରହିଥିାଏ । ବିଭିନ୍ନ ସମୟରେ ମନ୍ଦାକିନୀଙ୍କୁ ତାଙ୍କ ସ୍ୱାମୀ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଏହି ନିର୍ଯ୍ୟାତନା ଏତେ ଅଧଇକ ହେଲା ଯେ ଶେଷରେ ନିଜ ସ୍ତ୍ରୀକୁ ପୋଡ଼ି ମାରିଦେଲା ଜହ୍ଲାଦ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ବିଳମ୍ବିତ ରାତିରେ ସ୍ୱାମୀ ଧନଞ୍ଜୟ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତତପରେ ଘରର କବାଟ ବାହାର ପାଖରୁ ମାରି ନେଇଥିଲେ ଯାହାଫଳରେ ଯୌତୁକ ଜୁଇରେ ବଳି ପଡ଼ିଗଲେ ମନ୍ଦାକିନୀ । ଆଜି ସକାଳେ ମନ୍ଦାକିନୀ ନିଜ ଦେହରେ କିରୋସିନି ଢାଳି ପୋଡ଼ି ହୋଇଯାଇଥିବା ନେଇ ଅଭିଯୁକ୍ତ ସ୍ୱାମୀ ମନ୍ଦାକିନୀଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ବାପଘର ଲୋକେ ଘଟଣାସ୍ଥଳରେ ପହଂଚି ତାଙ୍କର ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକି ମନ୍ଦାକିନୀଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ମିଳିତ ଭାବେ ମନ୍ଦାକିନୀଙ୍କୁ ପୋଡ଼ି ମାରି ଦେଇଥିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ସାଇଂଟିଫିକ୍ ଟିମର ସହାୟତା ନେଇଥିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।