ଅବୈଧ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଦେଶରେ ଅବୈଧ ପ୍ରବାସୀଙ୍କ ଉପରେ ରୋକ୍ ଲଗାଇବାକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଗୋଟିଏ ଦିନ ପାଇଁ ଇମିଗ୍ରେସନ ଅଫିସର ହୋଇ ୧୦୫ ଜଣଙ୍କୁ ଗିରଫ କରାଇଛନ୍ତି ପ୍ରଧାନମନ୍ତ୍ରୀ ସୁନକ ।

ଏହି ଅଭିଯାନରେ ୨୦ ଭିନ୍ନ ଭିନ୍ନ ଦେଶର ପ୍ରାୟ ୧୦୫ ବିଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି । ବ୍ରିଟେନର ଗୃହ ବିଭାଗର ଅଧିକାରୀଙ୍କ ସହ ମିଶି ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ ଫଟୋରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଏକ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ସହ ଦେଖିବାକୁ ମିଳୁଛି । ଆସନ୍ତା ବର୍ଷ ସମ୍ଭାବ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦେଶର ନାଗରିକଙ୍କୁ ସର୍ବୋଚ୍ଚ ପ୍ରାଥମିକତାର ବାର୍ତ୍ତା ଦେବା ପାଇଁ ସୁନକ ଏଭଳି କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି ।