ଆମେରିକା ଗସ୍ତ କରିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ ସ୍କି

0

ବ୍ୟୁରୋ: ଆମେରିକା ଗସ୍ତ କରିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ ସ୍କି । ରୁଷ ୟୁକ୍ରେନ ଯୁଦ୍ଧକୁ ପ୍ରୟ ୬୦୦ ଦିନ ପୂରି ବାକୁ ଥିବା ବେଳେ ଏହାରି ଭିତରେ ଆମେରିକା ଗସ୍ତ କରିବେ ଜେଲେନ ସ୍କି । ତେବେ ଆସନ୍ତା ଗୁରୁବାର ଜୋ ବାଇଡେନଙ୍କୁ ଭେଟି ପାରନ୍ତି ୟୁକ୍ରେନ ରାଷ୍ଟ୍ରପତି । ତେବେ ୟୁକ୍ରେନକୁ ଆହୁରି ସାମରିକ ସହାୟତା ନେଇ ଘୋଷଣା କରିପାରନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନକୁ ୨୪ ଆରବ ଡଲାରର ସହାୟତା ରାଶି ପ୍ରଦାନ କରିବାକୁ ବିଚାର କରୁଛି ବାଇଡେନ୍ ପ୍ରଶାସନ । ଯାହା ଭିତରୁ ୧୩.୧ ଆରବ ଡଲାର ସାମରିକ ସହାୟତା ଓ ୮.୫ ଆରବ ଡଲାର ମାନବୀୟ ସହାୟତା ପ୍ରଦାନ କରାଯିବ ।