ନୂଆଦିଲ୍ଲୀ: ଜମ୍ମୁ – କାଶ୍ମୀର ଆକ୍ରମଣ ପରେ ଭାରତ – ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଆଲୋଚନା ଲାଗି ନିବେଦନ କରିଛି ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ – ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଲୋଚନା ହେବ । ଏହି ବୈଠକରେ ଭାରତର ଆକ୍ରମଣାତ୍ମକ କାର୍ଯ୍ୟ ଉଠାଇପାରେ ପାକିସ୍ତାନ ।
ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଉପରେ ‘ନିରପେକ୍ଷ ପରାମର୍ଶ ଅନୁରୋଧ କରିଛି ଇସଲାମାବାଦ । ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ ଭାବେ ଚୀନ୍, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା ଦେଶ ରହିଥିବା ବେଳେ ଅସ୍ଥାୟୀ ଭାବେ ଆଲଜେରିଆ, ଡେନମାର୍କ, ଗ୍ରୀସ୍, ଗିଆନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ ରହିଛନ୍ତି ।