ପୁରୀରେ ଅସମ୍ଭାଳ ଭିଡ଼ : ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ

0

ପୁରୀ: ୨୦୨୪ ବର୍ଷର ଆଜି ହେଉଛି ଶେଷ ଦିନ । ଏଥି ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ତେଣୁ  ବର୍ଷର ଶେଷ ଦିନ ଓ ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼। ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ।ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ରହିଛି । ତେବେ ଠାକୁରଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁମାନେ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।ଆଜିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ। ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ। ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ।