ବିଧାନସଭା;ଛାତ୍ରଛାତ୍ରୀମାନଙ୍କର ପୁଷ୍ଟି ସାଧନ ସୁନିଶ୍ଚିତ କରିବା ପାଇଁ, ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମ ଅଧୀନରେ ପରିସରଭୁକ୍ତ କରିବା ପାଇଁ ନିଷ୍ପରି ନିଆଯାଇଛି । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଗୋଟିଏ ଅତିରିକ୍ତ ଅଣ୍ଡା ଓ ୩ଟି ପ୍ରୋଟିନ୍-ଆଇରନ୍ ଭରପୂର ଲଡୁ ଯୋଗାଇ ଦିଆଯିବ । ରୋଷେୟା ତଥା ସହାୟିକାମାନଙ୍କର ମାସିକ ପାରିତୋଷିକ ରାଶିକୁ ବୃଦ୍ଧି କରିବାକୁ ନିଷ୍ପତି ହୋଇଛି ।