ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗ

0

ବ୍ରହ୍ମପୁର : ବସ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୧୮ ଲକ୍ଷ । ଗଞ୍ଜେଇ ଚୋରା ଚାଲାଣର ତନାଘନା ହେଉଥିବା ବେଳେ ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ସମସ୍ତ ଗାଡ଼ିକୁ ଯାଞ୍ଚ କରୁଥିଲା ଅବକାରୀ ବିଭାଗ । ଠିକ ଏତିକି ବେଳେ ଜଣେ ବ୍ୟକ୍ତି ସରକାରୀ ବସରେ ଯାଉଥିବା ବେଳେ ତାଙ୍କ ବ୍ୟାଗରୁ ୧୮ଲକ୍ଷ ଟଙ୍କା ଜବତ କରି ବ୍ୟକ୍ତିଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ସେ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ସଞ୍ଜୟ ସାହୁ । ତେବେ ସେ ଏତେ ଟଙ୍କା କେଉଁଠୁ ଆଣିଥିଲେ ଓ କୁଆଡ଼େ ନେଉଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ଏକ ବସ ଚେକିଂ ସମୟରେ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ । ଏହା ପଛରେ ବେଆଇନ ସୁନା କାରବାର ଥିବା ସନ୍ଦେହ କରାଯାଉଛି ଅବକାରୀ ବିଭାଗ ।