ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା ଲାଗୁ

0

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହୋଇଛି । ଏନେଇ ଏକ ପୋର୍ଟାଲର ଉନ୍ମୋଚନ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ପ୍ରଥମ ବ୍ୟକ୍ତି ଭାବେ ପୋର୍ଟାଲରେ ନାଁ ପଞ୍ଜୀକୃତ କଲେ ଧାମି । ଏଥିରେ ବିବାହ , ଲିଭ୍ ଇନ୍ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ଏହାସହ ବିବାହ ପାଇଁ ପୁଅ ବୟସ ୨୧ , ଝିଅ ବୟସ ୧୮ ହୋଇଥିବା ଜରୁରୀ ହୋଇଯାଇଛି । ଏମିତିକି ସ୍ୱାମୀ / ସ୍ତ୍ରୀ ଜୀବିତ ଥିଲେ ଦ୍ୱିତୀୟ ବିବାହ କରିପାରିବେନି ଉଭୟ ।  ଏହା ସହିତ ଲିଭ ଇନ ସଂପର୍କରେ ଜନ୍ମିତ ଶିଶୁର ମଧ୍ୟ ସଂପତ୍ତିରେ ଅଧିକାର ରହିବ । ଆଜିର ଦିନକୁ ଐତିହାସିକ କହିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏହା ସହ ସେ  ଆହୁରି ମଧ୍ୟ କହିଛନ୍ତି ୟୁସିସି ସମାଜରେ ସମାନତା ଆଣିବ ।