(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ହଟିଲା ବ୍ରିଫକେସ୍ ପରମ୍ପରା । ଲାଲ ବ୍ୟାଗରେ ଆସିଲା ବଜେଟ । ଲାଲ ବ୍ୟାଗ ସାଙ୍ଗକୁ ପିଙ୍କ ଶାଢୀ ପିନ୍ଧି ସଂସଦକୁ ପ୍ରବେଶ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ହେଉଛି ଭାରତ । ଭାଷଣ ଦେଇ ନିଜ ସରକାରଙ୍କ ସଫଳତା ଗୁଣଗାନ କରିଥିଲେ ।
କାହିଁକି ବଦଳିଲା ବ୍ରିଫକେସ୍ ପରମ୍ପରା : ସରକାରଙ୍କ କହିବାନୁସାରେ ଏହା ପାଶ୍ଚାତ୍ୟ ସଂସ୍କୃତିରୁ ବାହାରକୁ ଆସି ଦେଶର ପୁରୁଣା ପରମ୍ପରା ସହ ଜଡିତ ହେବାର ଏକମାତ୍ର ପ୍ରୟାସ । ବ୍ୟାଗର ନାଲି ରଙ୍ଗ ଭାରତୀୟ ପରମ୍ପରା ଅନୁସାରେ ଶୁଭର ପ୍ରତୀକ ଅଟେ । ୟୁନିୟନ୍ ବଜେଟ୍ ନାଁ ମଧ୍ୟ ବଦଳିଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ନିଜ ବଜେଟ୍ ଭାଷଣରେ ବଜେଟ୍ କୁ “ଦେଶର ବହିଖାତା” ବୋଲି କହିବେ ।