(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦ୍ର କ୍ୟାବିନେଟ ରେଲୱେ ବୋର୍ଡର ପୁର୍ନଗଠନ ପାଇଁ ମଞ୍ଜୁରୀ ଦେଇ ବଡ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି । ଗୋଟିଏ ପଟେ ରେଲୱେ ବୋର୍ଡରେ ବର୍ତ୍ତମାନ ଥିବା ସଦସ୍ୟଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଅପରପକ୍ଷରେ ରେଲୱେରେ ଥିବା ସମସ୍ତ କ୍ୟାଡରଙ୍କ ବିଲୟ କରି ଏକ ନୂଆ କ୍ୟାଡର ଗଠନ କରାଯିବ ।
ରେଲୱେ ବୋର୍ଡରେ ରହିବେ ୪ଜଣ ସଦସ୍ୟ
ରେଲୱେ ବୋର୍ଡରେ ବର୍ତ୍ତମାନ ଜଣେ ଅଧ୍ୟକ୍ଷ ଓ ୮ ଜଣ ସଦସ୍ୟ ଥାନ୍ତି। ଏବେ ସଦସ୍ୟଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରାଯାଇ କେବଳ ୪ ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷ ରହିବେ। କ୍ୟାବିନେଟ ନିଷ୍ପତ୍ତି ପରେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବୋର୍ଡରେ ଯେଉଁ ସଦସ୍ୟ ରହିବେ ସେମାନେ ବାଣିଜ୍ୟ ବିକାଶ, ଅପରେଶନ, ମାନବ ସଂସାଧାନ, ଭିତ୍ତିଭୂମି, ଏବଂ ଅର୍ଥ ବିଭାଗରେ କାମ କରିବେ। ଟ୍ରାଫିକ୍, ରେଲିସଂ ଷ୍ଟକ, ଟ୍ରାକଶନ ଏବଂ ଇଂଜିନିଅରିଂର ସଦସ୍ୟ ପଦ ପ୍ରତ୍ୟାହାର କରାଗଲା।
ବିଲୟ ହେବ ରେଲୱେ କ୍ୟାଡର
ଏଯାବତ୍ ଦେଶରେ ଚାଲୁଥିବା ରେଲୱେ ସହ ଜଡିତ ଥିବା ଅଲଗା ଅଲଗା କ୍ୟାଡରକୁ ବିଲୟ କରି ନୂଆ କ୍ୟାଡର ଗଠନ କରାଯିବ। ଭାରତୀୟ ରେଲୱେରେ ଅଭିଯାନ୍ତ୍ରିକ, ଯାତାୟତ, ଯାନ୍ତ୍ରିକ ଏବଂ ବିଦ୍ୟୁତ୍ ସହିତ ବିଭିନ୍ନ ବିଭାଗ ପାଇଁ ବର୍ତ୍ତମାନର ୮ଟି ସେବା ସ୍ଥାନରେ ଏବେ କେବଳ ଏକ ସଂବର୍ଗ ଭାରତୀୟ ରେଳ ସେବା ରହିବ।
ପୀୟୁଷ ଗୋୟଲଙ୍କ ନେତୃତ୍ଵରେ ରେଳ ମନ୍ତ୍ରାଳୟ ଏବଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯାହାର ପରିବର୍ତ୍ତନ ହେବ। ଇନଫ୍ରାଷ୍ଟକଚର ଏବଂ ଯାତ୍ରୀଙ୍କ ସୁବିଧାରେ ବୃଦ୍ଧି ପାଇଁ ଏବେ ଘରୋଇ କ୍ଷେତ୍ର ସହ ମଧ୍ୟ ଭାଗିଦାରୀ କରାଯିବ। ତେଜସ୍ ଏକ୍ସପ୍ରେସ୍ ପରେ ରେଲୱେ ଏବେ ୧୫୦ଟି ରୁଟରେ ଘରୋଇ ଟ୍ରେନ ଚଳାଇବା ପାଇଁ ବ୍ୟବସ୍ଥା କରୁଛି। ଏତଦ୍ ବ୍ୟତୀତ ଦିଲ୍ଲୀ ମୁମ୍ଵାଇ ଏବଂ ଦିଲ୍ଲୀ କୋଲକାତା ୧୬୦ କିମି ସ୍ପିଡରେ ଟ୍ରେନ୍ ଦୌଡିବାର ଯୋଜନା କରାଯାଇଛି। ଏହାଦ୍ଵାରା ଦିଲ୍ଲୀ ମୁମ୍ଵାଇ ଯାତ୍ରୀ ୧୦ ଘଣ୍ଟା ଏବଂ ଦିଲ୍ଲୀ କୋଲକାତା ୧୨ ଘଣ୍ଟାରେ ପହଁଚି ଯିବେ। ତେବେ ଏହି ଯୋଜନା ପୂରଣ ହେବା ପାଇଁ ୩ ବର୍ଷ ସମୟ ଲାଗିବ।