ପୁଣି ଚିନ୍ତାବଢାଇଲାଣି କେରେନା ସଂକ୍ରମଣ । ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ଆଜି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଦେଶରେ ଉପରମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ । ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୬ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ ଆକ୍ଟଭ ମାମାଲ ୨୮ହଜାର ୩୦୩ ଉପରେ ରହିଥିବା ବେଳେ ଓଡିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛିଚ । ମୃତ୍ୟୁ ସଂଖ୍ୟା ୧୪କୁ ବୃଧି ଘଟିଛି । ୧୯୫ ଦିନ ପରେ ଏହା ହେଉଛି ସର୍ବାଧିକ ମାମଲା । ଗତ ମାସରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ହସ୍ପିଟଲ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ଗତ ୬ ମାସ ଭିତରେ ଗତକାଲି ସର୍ବାଧିକ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଥିଲା।