ସୋନପୁର: ଓଡିଶାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଝାରସୁଗୁଡାରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ରେ ପହଞ୍ଚି ସେଠାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି ଅମିତ ଶାହା । ମଂଚ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବରିଷ୍ଠ ନେତା ବି ପହଁଚିଛନ୍ତି । ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ଆୟୋଜିତ ହୋଇଛି ବିଶାଳ ରାଲି । ପ୍ରଚାର ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୋନପୁରରେ ଜନସଭା ଶେଷ ହେବା ପରେ ଭୁବନେଶ୍ୱର ଶାହ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି ।