ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

0

ଭୁବନେଶ୍ୱର:ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶା ଆସୁଛନ୍ତି । ଆସନ୍ତା ୨୬  ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ ଶାହ । ତୃଣମୂଳ ସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବେ । ବିଭିନ୍ନ ଐତିହ୍ୟ ସ୍ଥଳୀ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ସୂଚନା ଦେଲେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ଶାହା । ସେହି ସମୟରେ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଇଥିଲେ ଶାହା ।