କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅମିତ ଶାହାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସେ କୃତଜ୍ଞତା ଜ୍ଞାପନ କରି ଲେଖିଥିଲେ ଯେ ମାନ୍ୟତାକୁ ପୂରଣ କରିବା ପାଇଁ ପୂର୍ବ-ପଦକ୍ଷେପ ପାଇଁ HM ଶ୍ରୀ ଅମିତ ଶାହାଙ୍କୁ କୃତଜ୍ଞ । ବିପର୍ୟ୍ୟୟ ମୁକାବିଲା ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦର୍ଶନ ।
ସେପଟେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଦୃଢ ଭାବରେ ଛିଡା ଇଛନ୍ତି ମୋଦି ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ୨୦୨୪ରେ ଅକସ୍ମାତ ବନ୍ୟା , ଭୂସ୍ଖଳନ ଏବଂ ବାତ୍ୟା ପ୍ରଭାବିତ ୫ ରାଜ୍ୟକୁ ଏନଡିଆରଏଫ ଫଣ୍ଡରୁ ୧୫୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁରୀ ଦିଆଯାଇଛି । ଏନେଇ ଅମିତ ଶାହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।