ସମ୍ବଲପୁରୀ ଭାଷାରେ “ଶୀତଳଷଷ୍ଠୀ”ର ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ବିଷୟ । ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ । ଦେବଦମ୍ପତି ପ୍ରଭୁ ଶିବ ଆଉ ମାଆ ପାର୍ବତୀଙ୍କର ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ । ଏହି ପର୍ବ ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ ।ଏହାବ୍ୟତୀତ ସେ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ଦେଉଛି । ମହାପ୍ରଭୁ ଓ ମାଆ ସମଲେଇଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ମୋତେ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ହେଉଥିବା ଯୋଗୁଁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇପାରୁନାହିଁ । ଏଥିପାଇଁ ସମ୍ବଲପୁରବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ।