ପୁଣ୍ୟ ଅର୍ଜନ କରିବା ପାଇଁ ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ବ୍ୟୁରୋ : ମହାକୁମ୍ଭ ଯାତ୍ରା ହେଉଛି ଆମର ଅନନ୍ତ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମର ଅନନ୍ତ ପରମ୍ପରାର ଜୀବନର ପ୍ରମାଣ । ମାତା ଗଙ୍ଗା, ମାତା ଯମୁନା ଏବଂ ମାତା ସରସ୍ୱତୀଙ୍କ ସଙ୍ଗମ ସ୍ଥଳ ଅର୍ଥାତ ତିନୋଟି ସ୍ରୋତର ମିଳନସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଛନ୍ତି।


ନିଜ ପରିବାର ସହିତ ଆସ୍ଥା ଓ ବିଶ୍ୱାସର ସହ ବୁଡ଼ ପକାଇବା ଉଦ୍ଦେଶ୍ୟରେ ତ୍ରିବେଣୀ ସଙ୍ଗମ ଯାଇଛନ୍ତି । ଏହା ତାଙ୍କର ଅପାର ଭାଗ୍ୟ ବୋଲି ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ଏକତାର ସ୍ଥାନ ମହାକୁମ୍ଭରେ ସ୍ନାନ କରିବା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ବୋଲି ପ୍ରକାଶ କରିଛନ୍ତି । ମାତା ଗଙ୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏହା ତାଙ୍କର ଏକାନ୍ତ ଇଚ୍ଛା।