ଦୁର୍ଯ୍ୟୋଧନ ପ୍ରଧାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ…

0

ନୂଆଦିଲ୍ଲୀ ହଜଖାସ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତ । ସଦସ୍ୟ ଦୁର୍ଯ୍ୟୋଧନ ପ୍ରଧାନଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ୯୨ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଶୋବ୍ୟକ୍ତ କରିବା ସହ ଲେଖିଛନ୍ତି ଏ ଖବର ଶୁଣି ମୁ ଦୁଃଖିତ ଏବଂ ମର୍ମାହତ । କେନ୍ଦ୍ରାପଡାରେ ଜନ୍ମଗ୍ରହଣ କରିଥିବା ଦୁର୍ଯେ୍ୟାଧନ ପ୍ରଧାନ ଦିଲ୍ଲୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ସେ ହଜଖାସ୍ ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ନିଗମାନନ୍ଦ ଆଶ୍ରମର ମଧ୍ୟ ପ୍ରତିଷ୍ଠାତା ଥିଲେ । ଅନେକ ସାମାଜିକ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ।

ତେବେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ମର ଶରୀରକୁ ପ୍ରଥମେ ତାଙ୍କ ଗାଁ ଏବଂ ପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ରହିଛି ।