(ମୃତ୍ୟୁଞ୍ଜୟ/ଭୁବନେଶ୍ୱର):ଆଜି ୭୦ ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ୱର ସ୍ଥିତ ୟୁନିଟ -୬ ସରକାରୀ ବିଦ୍ୟାଳୟରେ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ( ମଧୁସୁଧନ ମଲ୍ଲୀକ) ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀଙ୍କୁ ଦେଶ ପାଇଁ କାମ କରିବା ପାଇଁ ଅନୁପ୍ରାଣିତ କରିଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଏନ.ସିସି ,ଓ ସ୍କାଉଟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରେଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରେଡ଼ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ସର୍ବ ଶେଷରେ ଶିକ୍ଷକ ମାନେ ପିଲା ମାନଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ବକ୍ତବ୍ୟ ରଖିଥିଲେ ।