ସିବିଆଇ ରୁଜ୍ଜୁ କଲା ତିନୋଟି ମାମଲା

0

(ମମତା ସାମଲ)ରିପୋର୍ଟସଟୁଡେ:୨୦୧୭ମସିହାରେ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ତିନୋଟି ମାମଲା ରୁଜୁ କରାଯାଇଛି । ଏହି ତିନୋଟି ମାମଲା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କର ତତ୍କାଳୀନ ଚିଫ ମ୍ୟାନେଜର , ଆସିଷ୍ଟାଣ୍ଟ ମ୍ୟାନେଜର ଓ ମ୍ୟାନେଜରଙ୍କ ନାଁରେ ରୁଜ୍ଜୁ ହୋଇଛି । ଏହି ଠକେଇରେ ସମ୍ପୃକ୍ତ ଥିବା ଛଅଜଣ ବିଲଡ଼ରଙ୍କ ସହ ଆଉ ୪୦ଜଣଙ୍କ ନାଁରେ ମଧ୍ୟ ସିବିଆଇ ମାମଲା ରୁଜ୍ଜୁ କରିଛି । ନିକଟରେ ତତ୍କାଳୀନ ବ୍ୟାଙ୍କ ଅଧିକାରୀଙ୍କ ଘରେ ସିବିଆଇ ରେଡ଼ ହୋଇଥିଲା । ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଏହି ଘୋଟାଲାରେ ସମ୍ପୃକ୍ତ ସମସ୍ତଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆରୁ ବିନା କୈାଣସି କାଗଜପତ୍ରରେ ୨୪କୋଟି ଟଙ୍କାର ଋଣ ଠକେଇ ହୋଇଥିଲା ।