ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

0

(ରିପୋର୍ଟସ ଟୁଡ଼େ)ପୁରୀ: ପୁରୀ ଜିଲ୍ଲା ଡ଼େଲାଙ୍ଗ ଜଗଦଳପୁର ଲେବୁଲ କ୍ରସିଂ ଠାରେ ଯୁବକଙ୍କ ମୃତ ଦେହ । ରେଳ ଲାଇନ କଡ଼ରେ ଏକ ଅଜଣା ଯୁବକଙ୍କ ମୃତ ଦେହ ମୂର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇଁ ସ୍ଥାନୀୟ ଅଗ୍ନୀଶମ ବିଭାଗ କର୍ମଚାରୀ ପହଂଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।
ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣା ପଡ଼ିଛି । ତେବେ ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।