ଉତ୍ତର ପ୍ରଦେଶ ବିଧାନସଭାରେ ପାରିତ ହେଲା ନୂଆ ନିୟମ ପାଇଁ ବିଲ । ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ସଂଶୋଧନ ବିଲ ୨୦୨୪ ଗୃହରେ ଉପସ୍ଥାପନ କରାଯାଇଛି । ସୋମବାର ଏହି ବିଲକୁ ଗୃହରେ ଆଗତ କରାଯାଇଥିଲା । ଏହି ଆଇନ ବଳରେ ପୂର୍ବ ଦଣ୍ଡବିଧାନକୁ ଦ୍ୱିଗୁଣିତ କରାଯାଇଛି । ଏଥିରେ ନୂଆ ଅପରାଧକୁ ମଧ୍ୟ ଯୋଡି ଏଥିପାଇଁ ଆଜୀବନ କାରାଦଣ୍ଡର ବିଧାନ ମଧ୍ୟ କରାଯାଇଛି ।
୨୦୨୧ ପ୍ରାରମ୍ଭରେ ଯୋଗୀ ସରକାର ୟୁପି ପ୍ରୋହିବିସନ ଅଫ ଅନଲ’ ଫୁଲ କନଭର୍ସନ ଅଫ ରିଲିଜନ ବିଲ ପାସ ହୋଇଥିଲା, ଯାହାର ସଂଶୋଧିତ ବିଲ ସୋମବାର ଗୃହରେ ପାରିତ ହୋଇଛି । ଯାହା ଅଗଷ୍ଟ ୨ରେ ଧ୍ୱନି ମତରେ ପାସ ହେବ । ଏହି ସଂଶୋଧିତ ଆଇନରେ ବେଆଇନ ଧର୍ମାନ୍ତରିକରଣ ଅପରାଧରେ ଆଜୀବନ କାରାଦଣ୍ଡର ବିଧାନ ରହିଛି ।
ସଂପ୍ରତି ରାଜ୍ୟରେ ବେଆଇନ ଧର୍ମାନ୍ତରିକରଣ ପରି ଘଟଣା ଘଟୁଛି । ଦଳିତ, ଗରିବ ଲୋକଙ୍କୁ ଡରାଇ, ଧମକାଇ ଧର୍ମପରିବର୍ତ୍ତନ କରାଯାଉଛି । ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ମଧ୍ୟ ଧର୍ମ ପରିବର୍ତ୍ତନ ଘଟଣା ସାମ୍ନାକୁ ଆସୁଛି । ଏହି ବେଆଇନ କାମ ବନ୍ଦ କରିବାକୁ ଯୋଗୀ ସରକାର ଏହାକୁ ଅପରାଧ ଅନ୍ତର୍ଭୂକ୍ତ କରି ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି । ଏହି ଆଇନ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଏକ ଉପଯୁକ୍ତ ଫାଇନ କରି ମେଡିକାଲ ସେବା ଓ ପୀଡିତଙ୍କ ଥଇଥାନ ପାଇଁ ଖର୍ଚ୍ଚ କରି ପାରିବେ । ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷାକୁ ନେଇ ସରକାର ଏପରି ଆଇନ କରିଛି ।