ଟ୍ରକ ସହ ବସ ଧକ୍କା, ୧୧ ମୃତ

ଉତ୍ତର ପ୍ରଦେଶର ବାରାମ୍ୱକିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

0

(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶର ବାରାମ୍ୱକିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଗୁରୁବାର ସକାଳୁ ଡବଲ ଡେକର ବସ୍ ଦିଲ୍ଲୀରୁ ବହରାଇଜ ଯିବା ସମୟରେ ଏହି ଦୁର୍ଘଟଣା ହୋଇଛି।

ସୂଚନାନୁଯାୟୀ , ଦୁର୍ଘଟଣା ଘଟିବା ପରେ ବାରାମ୍ୱକି ଏସପି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ବେଳେ ଏସପି ସୂଚନା ଦେଇଛନ୍ତି ଯେ, ହାଦସା ବାରାମ୍ୱକି ଜିଲ୍ଲା ସ୍ଥିତ ଆଉଟର ରିଙ୍ଗ ରୋଡ ପାଖ ୱା ଥାନାର ବାବୁରିୟାରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ ଏବଂ ବସ ମଧ୍ୟରେ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଛି। ଏସପି କହିଛନ୍ତି ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି।