ମୁଁ ସ୍ନାନ କରିବାକୁ ପସନ୍ଦ କରେ ନାହିଁ : ହଲିଉଡ୍ ଅଭିନେତା ଜେକ୍ ଗିଲେନହାଲ
ଆମ ସମାଜରେ ଯିଏ ପ୍ରତିଦିନ ସ୍ନାନ କରେ ନାହିଁ ଲୋକେ ତାକୁ ମଇଳା ଓ ଘୃଣ୍ୟ ଭାବେ ଦେଖନ୍ତି । କିନ୍ତୁ ଏବେ ଜଣେ ସୁପରଷ୍ଟାର ଖୁଲାସା କରିଛନ୍ତି ,
(ଦିଲ୍ଲୀ) : ଆମ ସମାଜରେ ଯିଏ ପ୍ରତିଦିନ ସ୍ନାନ କରେ ନାହିଁ ଲୋକେ ତାକୁ ମଇଳା ଓ ଘୃଣ୍ୟ ଭାବେ ଦେଖନ୍ତି । କିନ୍ତୁ ଏବେ ଜଣେ ସୁପରଷ୍ଟାର ଖୁଲାସା କରିଛନ୍ତି , ସେ ପ୍ରତିଦିନ ସ୍ନାନ କରିବାକୁ ଠିକ୍ ବୋଲି ଭାବୁ ନାହାନ୍ତି । ହଲିଉଡ୍ ଅଭିନେତା ଜେକ୍ ଗିଲେନହାଲଙ୍କୁ ଏହା ଭଲ ଲାଗୁନି କି ସ୍ନାନ କରିବା ଜରୁରି ବୋଲି ।
ସୂଚନାନୁଯାୟୀ , ଫିମେଲଫର୍ଷ୍ଟ ଡଟ୍ କୋ ଡଟ୍ ୟୁକେର ରିପୋର୍ଟ ଅନୁସାରେ ଜେକ୍ ଗିଲେନହାଲ କହିଛନ୍ତି କି ମୋତେ ଲାଗୁଛି କି କେବେ କେବେ ସ୍ନାନ କରିବା ଜରୁରି ହୋଇଥାଏ । ଅଭିନେତା ମିଲା କୁନିସ୍ ଓ ଏଷ୍ଟନ୍ କଚରଙ୍କ ଦ୍ୱାରା ସ୍ୱଚ୍ଛତା ବିଷୟରେ ଆଲୋଚନା ଆରମ୍ଭ ହେବା ପରେ ୪୦ ବର୍ଷିୟ ଅଭିନେତା ଏହି ଟିପ୍ପଣା କରିଛନ୍ତି । ଯିଏକି ନିକଟରେ ସ୍ୱୀକାର କରିଥିଲେ କି ସେ ନିଜର ପିଲାଙ୍କୁ ସେପର୍ଯ୍ୟନ୍ତ ସ୍ନାନ କରାନ୍ତି ନାହିଁ , ଯେବେ ସୁଦ୍ଧା ସେ ତାଙ୍କ ଠାରେ ମଇଳା ଦେଖନ୍ତି ନାହିଁ ।