ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା

0

ଆଠଗଡ଼ : ଜଣେ ବ୍ୟକ୍ତିର ରେଞ୍ଜରଙ୍କ ହେପାଜତରେ ମୃତ୍ୟୁକୁ ନେଇ ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଆଠଗଡ଼ ଥାନାରେ ଅଟକ ରଖାଯାଇଛି । ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ । କଟକ ଆଠଗଡରୁ ଆସିଛି ଏଭଳି ଅଭିଯୋଗ । ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ ଅଟକ ରଖି ପଚରାଉଚରା କରୁଥିଲେ । ଗତକାଲି ବଡମ୍ବା ରେଞ୍ଜରେ ଗତ ୨ ତାରିଖରେ ଗୁଳି ବିଦ୍ଧ ଏକ ମୃତ ହାତୀ ଠାବ ହୋଇଥିବା ବେଳେ ତା’ର ଦାନ୍ତ କଟାଯାଇଥିବା ଦେଖା ଯାଇଥିଲା । ହାତୀ ଶିକାର ଓ ଦାନ୍ତ କାଟିନେବା ଅଭିଯୋଗରେ ଖୁଣ୍ଟୁକଣ୍ଟା ସାତଗୋଛିଆ ଗାଁର ଧନେଶ୍ୱର ବେହେରା(୫୯) ନାମକ ଜଣେ ବ୍ୟକ୍ତିକୁ ବଡମ୍ବା ରେଞ୍ଜର ବନ କର୍ମଚାରୀମାନେ ଉଠାଇ ଆଣିଥିଲେ ।ଘଟଣାକୁ ନେଇ ବଡ଼ ବାରସିଂ ଛକରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ରୋକ୍‌ କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।ସେପଟେ ୨ ଜଣ ACF ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକଙ୍କୁ ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୦ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତକୁ ଉଠାଇଲେ ଓ କେମିତି ମୃତ୍ୟୁ ହେଲା ସେନେଇ ଆଠଗଡ଼ ପୋଲିସ ଛାନଭିନ୍ ଚଳାଇଛି।