ଭୁବନେଶ୍ୱର: ଦିନକୁ ଦିନ ବଢିବାଲେ ଲାଗିଛି କୋଭିଡ-୧୯ । କୋଭିଡ ସଂକ୍ରମଣ ବଢିବାକୁ ଅଖି ଆଗରେ ରଖି ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଛି । ଏହାକୁ ନେଇ ସବୁ ମେଡିକାଲ କଲେଜ ଅଧିକ୍ଷକ, ସିଡିଏମଓ ଙ୍କୁ ସ୍ୱାସ୍ଥ୍ୟ ନିର୍ଦେଶକ ଚିଠିଦେବା ସହିତ ୪ ମେଡିକାଲ କଲେଜ ରେ ୨୦ଟି ବେଡ଼, ୨ଟି ଓଉଟ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଜିଲ୍ଲା ଓ ଉଐଉ ରେ ୧୦ ଟି ବେଡ଼ ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଧେଶ ଦିଆଯିବା ସହିତ ଅକ୍ସିଯେନ ସିଲିଣ୍ଡର ଓ କନସେନଟ୍ରେଟର ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି । ମେଡିକାଲ କଲେଜ, ଜିଲ୍ଲା ଓ ଉଐଉ ରେ ଟେଷ୍ଟି ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦେଶଦିଆଯିବା ସହିତ ଏପ୍ରିଲ ୧୦ ଓ ୧୧ ରେ ମକଡ୍ରିଲ ପାଇଁ ନିର୍ଦ୍ଧେଶଦିଆଯାଇଛି ।ଏନେଇ ଚିଠି ଲେଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନିରଞ୍ଜନ ମିଶ୍ର ।