ଉତ୍ତେଜନା ହ୍ରାସ ସହ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ୱାନ

0

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ ସହ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି। ଭାରତ ଓ ପାକିସ୍ତାନ ଉଭୟ ଦୁଇ ଦେଶ ଭିତରେ ସଞ୍ଜମତା ରକ୍ଷା କରନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପାକିସ୍ତାନ ସହ ଯୋଗାଯୋଗରେ ରହିଥିବା ସୂଚନା ଦେଇଛନ୍ତି। ଆମେରିକା ବୈଦେଶିକ ଯୁଦ୍ଧରେ ସାମିଲ ହେବା ଉଚିତ୍ ନୁହେଁ । ଆମେରିକା ପରିସ୍ଥିତିକୁ ଯଥାଶୀଘ୍ର ହ୍ରାସ କରିବାକୁ ଚାହୁଁଛି। ଆମେ ଯାହା କରିପାରିବା ତାହା ହେଉଛି ଉତ୍ତେଜନା କମ କରିବା ପାଇଁ ଉଭୟ ଦେଶକୁ ପରାମର୍ଶ ଦିଆଯାଇପାରିବ। ଆମେରିକା ଉତ୍ତେଜନା କମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହ ନୂଆଦିଲ୍ଲୀକୁ ଏକ ବିସ୍ତୃତ ସମର୍ଥନ ପ୍ରଦାନ ସହିତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ ବନ୍ଦ ପାଇଁ ପାକିସ୍ତାନ ଉପରେ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଛି