ବାଇଡେନଙ୍କ କାରକେଡକୁ ପିଟିଲା କାର୍‌; ବନ୍ଧା ହେଲେ ଡ୍ରାଇଭର

0

ବ୍ୟୁରୋ : ରାଷ୍ଟ୍ରପତିଙ୍କ କାରକେଡକୁ ପିଟିଲା ଏକ କାର୍‌ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକୁ ରବିବାର ଦିନ ଡେଲାେଓ୍ଵୟର ଓ୍ଵିଲମିଙ୍ଗଣ୍ଟନରେ ଏକ କାର ଧକ୍କା ଦେଇଛି | ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁହେଁ ଏବେ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା କରିଥିବା ଡ୍ରାଇଭର ଗିରଫ ହୋଇଛି । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଗତ ରାତି ପ୍ରାୟ ୮ଟା ବଳେ ୱିମିଙ୍ଗଟନସ୍ଥିତ ବାଇଡେନ- ହେରିସ ୨୦୨୪ ମୁଖ୍ୟାଳୟରୁ ବାହାରିଥିଲେ। ତାଙ୍କ ସହ ତାଙ୍କ ନିର୍ବାଚନୀ କ୍ୟାମ୍ପେନ୍‌ ଟିମ୍‌ ବି ଥିଲେ। ମାତ୍ର ବାଇଡେନଙ୍କ କାର୍‌କେଡ ବାହାରିବାର କିଛି ସମୟ ପରେ ଏକ VVIP ନମ୍ବର ପ୍ଲେଟ ଥିବା ଗାଡ଼ି ସମ୍ମୁଖରେ ବାଇଡେନ୍‌ଙ୍କ କାରକେଡର ଏକ ଏସୟୁଭି ଗାଡ଼ିକୁ ଧକ୍କା ଦେଇଥିଲା।