ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

0

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି -୨୦ ସମ୍ମିଳନୀ ରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା । ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ । ଏହା ବ୍ୟତୀତ ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରିବେ। ରାଷ୍ଟପତି ବାଇଡେନ୍ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍ ରେ ପୁଟିନ ଯୁଦ୍ଧ ଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍ ସମେତ ବହୁପାକ୍ଷିକ ବ୍ୟାଙ୍କ ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ସମସ୍ୟା ଉପରେ ଆଲୋଚନା କରିବେ ।