ଆମେରିକାର ଟାରିଫ, ଚୀନର ପାଲଟା ଟାରିଫ

0

ବ୍ୟୁରୋ-: ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ଟାରିଫ ଲାଗୁ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଟାରିଫକୁ ନେଇ ଟ୍ରମ୍ପ ଚୀନ ଉପରେ ଟାର୍ଗେଟ କରିଛନ୍ତି । ଟାରିଫ ପାଇଁ ଚୀନ ବଡ କ୍ଷତିଗ୍ରସ୍ତର ଶିକାର ହେବାକୁ ଯାଉଛି । ବୁଧବାର ଅର୍ଥାତ ଆଜି ରାତି ୧୨ଟାରୁ ୧୦୪ ପ୍ରତିଶତ ଚୀନ ଉପରେ ଟାରିଫ ଲାଗୁହେବ । ଆମେରିକା ୩ୟ ଥର ପାଇଁ ଚୀନ ଉପରେ ବୋମା ମାଡ ଆକ୍ରମଣ କରୁଛି । ଯାହା ଦ୍ବାରା ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପ୍ରଥମେ ଚୀନ ସାମଗ୍ରୀ ଉପରେ ୩୪ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇଥିଲା ଆମେରିକା । ଜବାବରେ ବେଜିଂ ଆମେରିକା ଉତ୍ପାଦ ଉପରେ ୩୪ପ୍ରତିଶତ ପାଲଟା ଟାରିଫ ଲଗାଇଥିଲା । ଏହାପରେ ଟ୍ରମ୍ପ ଚୀନ୍ ଉପରେ ଆହୁରି ୫୦ପ୍ରତିଶତ ଟାରିଫ ଲଗାଇଛନ୍ତି, ଫଳରେ ଏବେ ଆମେରିକା ଚୀନ୍ ସାମଗ୍ରୀ ଉପରେ ୧୦୪ପ୍ରତିଶତ ଟାରିଫ ଚାର୍ଜ କରୁଛି । ଆମେରିକାର ଏଭଳି ପଦକ୍ଷେପକୁ ବ୍ଲାକମେଲିଂ କହିବା ସହ ଏହାର କଡା ନିନ୍ଦା କରିଛି ଚୀନ୍ । ଟ୍ରମ୍ପ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ଲଢିବ ବୋଲି ଚୀନ୍ କହିଛି ।

ସୂଚନାଯୋଗ୍ୟ ପୂର୍ବରୁ ଗୋଟିଏ ଟାରିଫ ୨ଏପ୍ରିଲରୁ ଲାଗୁକୁ ନେଇ ଚର୍ଚ୍ଚା ବନ୍ଦ ହୋଇନଥିବା ବେଳେ ଟ୍ରମ୍ପ ଟାରିଫର ୩ୟ ବୋମା ମାଡ କରିବାକୁ ଯାଉଛି ।  ତେବେ ଆମେରିକା ଅତିରିକ୍ତ ଟାରିଫ ଲାଗୁ କରିବା ପରେ ବି ଚୀନ୍ କୌଣସି ମତେ ପଛକୁ ହଟିବା ମୁଡରେ ନାହିଁ । ତେଣୁ ଉଭୟ ମହାଶକ୍ତି ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।