୪ ଦିନିଆ ଭାରତ ଗସ୍ତରେ ଆସି ଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ

0

ନୂଆଦିଲ୍ଲୀ : ଭାରତରେଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ। ଦିନିଆ ଭାରତ ଗସ୍ତରେ ଆସି ପୂର୍ବାହ୍ନ ୧୦ଟା ରେ ପାଲମ ବିମାନବନ୍ଦରରେ ପହଞ୍ଚିଲେ ତାଙ୍କ ସହ ପତ୍ନୀ ଉଷା ଭାନ୍ସ ତିନି ସନ୍ତାନ ମଧ୍ୟ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିପାଇଁ ପୁରା ହାଇ ସିକ୍ୟୁରିଟିରେ ପୁରା ଦିଲ୍ଲୀ  

ଭାନ୍ସ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ତାଙ୍କୁ ସ୍ଵାଗତ କରିଥିଲେ। ଭାନ୍ସଙ୍କ ଏହି ଗସ୍ତ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ମାତ୍ରାଧିକ ଶୁଳ୍କ ଲାଗୁ କରିବା ଯୋଗୁ ଚୀନ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଜାରି ରହିଛି। ଏହା ଭାରତ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ତେଣୁ ଭାନ୍ସଙ୍କ ଗସ୍ତ ସମୟରେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ କିଛି ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଭାନ୍ସଙ୍କ ଗସ୍ତକୁ ଦୃଷ୍ଟିରେ ଦେଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।