ଭୁବନେଶ୍ୱର:ଗତବର୍ଷ ଭଳି ଏ ବର୍ଷ ବିଏମସିରେ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରେନ ବ୍ୟବହାର କରାଯିବ । ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲେଚନା ସାସ । ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା। ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି। ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି। ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି।