(ରିପୋଟର୍ସ ଟୁଡ଼େ/ଭୁବନେଶ୍ୱର) : ହିନ୍ଦୁ ପରମ୍ପରା ଅନୁସାରେ ଗାଈକୁ ମା’ର ଆକ୍ଷା ଦିଆଯାଇଛି । ଗାଈଙ୍କୁ ନା କେବଳ ପୂଜା କରାଯାଏ ବରଂ ତାହାର କ୍ଷୀରକୁ ଅମୃତ ବୋଲି କୁହାଯାଏ । ତେବେ ଆପଣ ଜାଣନ୍ତିକି ଗୋମୂତ୍ରକୁ ମଧ୍ୟ ଅନେକ ପିଅନ୍ତି । ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏହାର କାରଣ ଅନେକ ରୋଗରୁ ରକ୍ଷା କରିଥାଏ ଗୋମୂତ୍ର । ଆର୍ୟୁବେଦରେ କେବେଳ ଗୋମୂତ୍ରର ମହତ୍ୱ ରହିଛି ତାହା ନୁହେଁ ଆଧୁନିକ ଔଷଧରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଜାଣନ୍ତୁ ଗୋମୂତ୍ରର ଉପଯୋଗୀତା –
- କ୍ୟାନ୍ସର, ଟିବି , ହିଷ୍ଟ୍ରିଆ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ ।
- ନିୟମିତ ଗୋମୂତ୍ର ପିଇଲେ ଗ୍ୟାଷ୍ଟ୍ରିକ୍ ଏବଂ ଏସିଡିଟି ଭଳି ରୋଗ ଭଲ ହୋଇଥାଏ ।
- ଡାକ୍ତର ମାନେ ମେଦ ବହୁଳତାର ଚିକିତ୍ସା ପାଇଁ ମଧ୍ୟ ଗୋମୂତ୍ର ବ୍ୟବହାର କରିଥାନ୍ତି ।
- ଗର୍ଭବତୀ ଗାଈର ମୂତ୍ରରେ ପ୍ରଚୁର ପରିମାଣର ମିନେରାଲ୍ ଏବଂ ହରମୋନ୍ ଥାଏ ।
- ପ୍ରଥମେ ଦିନକୁ ଦୁଇଥର ତିନିରୁ ଚାରି ଡ୍ରପ୍ ଗୋମୂତ୍ର ପିଅନ୍ତୁ । ଏକ ସପ୍ତାହ ପରେ ଏହାର ପରିମାଣ ବଢାଇ ଏକ ଚାମଚ ପିଅନ୍ତୁ ।
ଗୋମୂତ୍ରରେ ପୋଟାସିୟମ୍ , କ୍ୟାଲସିୟମ୍, କ୍ଲୋରାଇଡ୍, ୟୁରିଆ ଏବଂ ଆମୋନିଆ ରହିଥାଏ । ତେଣୁ ଏହାକୁ ପିଇଲେ ତ୍ୱଚା ଜାତୀୟ ସମସ୍ୟା ଦୂର ହୋଇଥାଏ ।