ରୋଗୀଙ୍କ ସୁବିଧା ପାଇଁ ମଙ୍ଗଳପୁରଠାରେ ଉଦଘାଟିତ ହେଲା ଉଷା ଅଲଟ୍ରାସାଉଣ୍ଡ

0

ଯାଜପୁର/ ଜୟପ୍ରକାଶ ନାୟକ: ଦଶରଥପୁର ବ୍ଲକର ପ୍ରମୁଖ ବଜାର ଭାବେ ମଙ୍ଗଳପୁର ବଜାର ବେଶ ପରିଚୟ ଲାଭ କରିପାରିଛି । ଏହି ବଜାର ଉପରେ ଯାଜପୁର ଜିଲ୍ଲାର କିଛି ଅଂଶ ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କିଛି ଜନସାଧାରଣ ମାନେ ନିର୍ଭର କରିଥାନ୍ତି । ଏହି ବଜାରରେ ପ୍ରାୟ ୧୨୦୦ସହରୁ ଉର୍ଦ୍ଧ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଜନସାଧାରଣ ମାନଙ୍କ ସୁବିଧା ପାଇଁ ମଙ୍ଗଳପୁର ବଜାରର ଉଷା ମାଇକ୍ରୋଲ୍ୟାବ ଠାରେ ଆଜି ଉଷା ଅଲଟ୍ରା ସାଉଣ୍ଡ ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲାର ବରିଷ୍ଠ ଡାକ୍ତର ଡ. ଗୋପାଳ ମିଶ୍ର ଫିତାକାଟି ଉଷା ଅଲଟ୍ରା ସାଉଣ୍ଡକୁ ଉଦଘାଟନ କରିଥିଲେ । ଉଦଘାଟନ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଡ. ଉମାକାନ୍ତ ମଲ୍ଲିକ, ଡେଣ୍ଟାଲ ଡକ୍ଟର ମାନସ ରଞ୍ଜନ ବେହେରା, ଓଡିଶା ଗ୍ରାମ୍ୟବ୍ୟାଙ୍କ ମଙ୍ଗଳପୁର ଶାଖାର ମ୍ୟାନେଜର ନିରୁପମା ମହାପାତ୍ର ,ଉଷା ଅଲଟ୍ରା ସାଉଣ୍ଡର ପ୍ରୋପାଇଟର ତନୁଶ୍ରୀ ତନୁଜା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ଉଷା ମାଇକ୍ରୋ ଲ୍ୟାବର ପ୍ରୋପାଇଟର ଦେବଦତ୍ତ ନାୟକ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଅଲଟ୍ରା ସାଉଣ୍ଡ କରିବା ପାଇଁ ମଙ୍ଗଳପୁର ଅଞ୍ଚଳର ଜନସାଧାରଣ ମାନଙ୍କୁ ସୁଦୂର ଯାଜପୁର ଟାଉନକୁ ଯିବାପାଇଁ ପଡୁଥିଲା ତେଣୁ ଏବେ ମଙ୍ଗଳପୁର ବଜାରରେ ଅଲଟ୍ରା ସାଉଣ୍ଡ ଖୋଳିବା ପରେ ଆଉ ଗରିବ ଲୋକ ମାନଙ୍କୁ ଯାଜପୁର ଯିବାପାଇଁ ପଡିବ ନାହିଁ ବୋଲି ବରିଷ୍ଠ ଡାକ୍ତର ଡ. ଗୋପାଳ ମିଶ୍ର କହିବା ସହ ଗରିବ ଜନସାଧାରଣ ମାନେ ଏଥିପାଇଁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି କହିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ କର୍ମଚାରୀ ବର୍ଷା ମଲ୍ଲିକ, ପୂଜାରାଣୀ ବାରିକ,ରାମଚନ୍ଦ୍ର ସାମଲ ପ୍ରମୁଖ ସହଯୋଗ କରିଥିଲେ ।