(ମୋନାଲିସା ମିଶ୍ର)ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଢେଙ୍କାନାଳ ପୌରାଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଦୂରଭାସ ଯନ୍ତ୍ର ଦ୍ୱାରା ଗାନ କରାଯାଇଥିଲା। ଏହି ଅବସରରେ ପ୍ରାତଃ ସମୟରେ ପ୍ରଭାତ ଫେରି କରାଯାଇଥିଲା । ସକାଳ ଆଠଟା ସମୟରେ ଉତ୍କକ ଗୌରବ ମଧୁସୂଦନ ଦାସ ,ମହାତ୍ମାଗାନ୍ଧୀ,ପଣ୍ଡିତ ଗୋପବନ୍ଧୁ ଦାସ, ପରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ସମେତ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସ ଏବଂ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ,ଅତିରିକ୍ତ ଜିଲ୍ଲାପାଳ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ସଦର ଉପଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।