ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): କୋଭିଡ କଟକଣାକୁ ନେଇ ଏବେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ହେଉଥିବା ଗହଳିକୁ ପ୍ରତିବାଦ କରିବା ସହ ଅନେକ ଦୋକାନ ବଜାରକୁ ସିଲ କରୁଛି ପ୍ରଶାସନ । ବାର, ରେଷ୍ଟୁରାଣ୍ଟ, ମଲ ଇତ୍ୟାଦି ବ୍ୟତୀତ ମାର୍କେଟ ଗୁଡିକୁ ସିଲ କରାଯାଉଛି । ଏହିଭଳି ଆଉ ଏକ ବାର ସିଲ ହୋଇଛି । ଗ୍ୟାରେଜ ଛକ ନିକଟସ୍ଥ ଉତ୍କଳ ଇନ ବାର ଓ ରେଷ୍ଟୁରାଣ୍ଟକୁ ଆଜି କରାଯାଇଛି । କୋରୋନା କଟକଣାକୁ ଉଲଙ୍ଘନ ହେଉଥିବାରୁ ଏହାକୁ ସିଲ କରିଛି ବିଏମସିର ଏନଫୋର୍ସମେଣ୍ଟ ସ୍ୱ୍ାର୍ଡ ଓ କମିଶନରେଟ ପୋଲିସ । ଏହି ମିଳିତ ଚଡାଉ ବେଳେ କୋଭିଡ ଗାଇନଲାଇନ ଭାଙ୍ଗିଯାଇଥିବା ଦେଖାଯାଇଛି । ତେଣୁ ଉତ୍କଳ ଇନ ବାରକୁ ସିଲ କରିଛି ପ୍ରଶାସନ ।
ସେହିପରି ଆଇଡି ମାର୍କେଟର ବିଶାଳ ମେଗା ମାର୍କେଟକୁ ମଧ୍ୟ ବିଏମସି ସିଲ କରିଛି । ସାଉଥୱେଷ୍ଟ ଜୋନ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଏଠାରେ ଚଢାଉ କରି ସିଳ କରିଛି । ଅମାନିଆ ହୋଇ ସପିଂ ମଲ ଖୋଳିବା ସହ ଏଠାରେ କୋରୋନା କଟକଣାର ଅବମାନନା ହେଉଥିବା ଦେଖିବାକୁ ମିଳିଥିଲା । ତେଣୁ ପ୍ରଶାସନ ଏପରି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।