ଆରମ୍ଭ ହେଲା ପାରାଦୀପ ମହୋତ୍ସବ

0

(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ଆରମ୍ଭ ହୋଇଛି ପାରାଦୀପ ମହୋତ୍ସବ । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ତଥା ମା’ ଘର ମୁଖ୍ୟ ଋତୁପର୍ଣ୍ଣା ମହାନ୍ତି ଯୋଗଦେଇଥିଲେ । ରାଜନୀତିଠାରୁ ଉର୍ଦ୍ଧରେ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ତାଙ୍କର ବିଚାର ଓ କର୍ୟ୍ୟ କରିବାର ଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ ଥିଲା। ସେ ରାସ୍ତା ହେଉ ଅବା ମହିଳାଙ୍କ ପାଇଁ ଯୋଜନା ସବୁଥିରେ ତାଙ୍କର ଚିନ୍ତାଧାରା ଅନ୍ୟମାନଙ୍କଠାରୁ ଭିନ୍ନ ଥିଲା ବୋଲି ଋତୁପର୍ଣ୍ଣର୍ା ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କହିଛନ୍ତି ପାରାଦୀପ ଯୋଗୁଁ ରାଜ୍ୟର ଅର୍ଥନୀତି ସୁଦୃଢ ହେବା ସହ ଏହି ପାରାଦୀପର ଗଠନ ଦିଗରେ ସ୍ବର୍ଗତ ବାଜପେୟୀଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ମତ ପ୍ରକାଶ କରିଛନ୍ତ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ ଓ ଏମ୍.କେସି.ଜି ହସ୍ପିଟାଲର ପ୍ରଫେସର ଡାକ୍ତର ଅଞ୍ଜଳି ଦାସ ପ୍ରମୁଖ ନିଜ ଅଭିଭାଷଣରେ ବାଜପେୟୀଙ୍କ କାର୍ୟ୍ୟଶୈଳି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପାରାଦୀପ କୁ ସରସ ସୁନ୍ଦର କରିବା ଦାୟିତ୍ଵ ସମସ୍ତଙ୍କର ରହିଛି ବୋଲି ମହୋତ୍ସବ ସଭାପତି ସମ୍ପଦ ସ୍ୱାଇଁ କହିଛନ୍ତି ।