(ବରଗଡ / ଚିତ୍ତରଞ୍ଜନ ସାହୁ ) : ଫେବୃୟାରୀ ୨୮ରୁ ମାର୍ଚ୍ଚ ୧ ତାରିଖ, ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ଲୋକ ମହୋତ୍ସବ – ୨୦୨୦ ର ରୂପରେଖ କୁ ନେଇ ଏକ ପ୍ରେସମିଟ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ପଦ୍ମପୁର ଲୋକ ମହୋତ୍ସବ କମିଟି ସଂଯୋଜକ ଅଶୋକ କୁମାର ମିଶ୍ରଙ୍କ ଦ୍ଵାରା ଆହୂତ ପ୍ରେସ୍ ମିଟ ଅନୁଷ୍ଠିତ ହୋଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ୨୬ ତାରିଖ ଉଦଘାଟନ ଓ ବାଣିଜ୍ୟ ମେଲା,୨୭ ତାରିଖରେ ଗଣ ଦୌଡ, ୨୮,୨୯ ଓ ୧ ତାରିଖରେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ, ସେମିନାର,ହାସ୍ୟକବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଇତ୍ୟାଦିର କାର୍ୟ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏଥି ସହିତ ଏକ ସ୍ମରଣିକା ମଧ୍ୟ ପ୍ରକାଶିତ ହେବାକୁ ଯାଉଛି ।ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ କୁମାର ବହିଦାର,ପ୍ରୀତେଶ ବହିଦାର, ରମେଶ ଗୁର୍ଲା, ନାରାୟଣ ପୁରୋହିତ, କୁନାଲ ପାଣିଗ୍ରାହୀ, ନରେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପରିଶେଷରେ ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।