(ଭଦ୍ରକ / ଶେଖ ଫାଇଜାନ କାଦରୀ ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଚୁଡ଼ାମଣି ଘାଟ ଠାରେ ସାଗର ସାଥୀ ବୋଇତ ବନ୍ଦାଣ ସାଂସ୍କୃତିକ ପରିଷଦ ପକ୍ଷରୁ ଦ୍ଵାଦଶତମ ବୋଇତ ବନ୍ଦାଣ ପର୍ବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଷକ ମଧୁସୂଦନ ଦାସ୍ , ସମାଜସେବୀ ସମିର କୁମାର ମହାରଣା , ବାସୁଦେବପୁର ବ୍ଳକ ଉପାଅକ୍ଷ ସୁଶାନ୍ତ କୁମାର ବିଶ୍ଵାଳ , ସମିତିସଭ୍ୟ ରତିକାନ୍ତ ବାରିକ , ସମିତିସଭ୍ୟ ସୁବଳ କୁମାର ପଲାଇ , ସମିତିସଭ୍ୟ ଉମାକାନ୍ତ ରଣା ଦ୍ଵାରିକା ଫାଉଣ୍ଡେସନ ଗୋପାଳପୁର ଶାଖା ସଭାପତି ସୁମନ୍ତ କୁମାର ନାୟକ ଅତିଥି ମାନେ ଯୋଗ ଦେଇ ସାଧବପୁଅ ବେଶରେ ସଜ୍ଜିତ ହୋଥିଲେ । ସାଧବ ବେଶରେ ସଜ୍ଜିତ ହୋଇ ଥିବା ଅତିଥି ମାନେ ଶାଶୁଭୁଆଶୁଣି ମନ୍ଦିର ଠାରୁ ବାହାରି ଗମେଇ ନଦୀରେ ନୈକା ବିହାର କରିଥିଲେ ଜ୍ଝ ନୈକା ବିହାର ରେ ସେମାନଙ୍କ ସହିତ ଚୁଡ଼ାମଣି ସାମୁଦ୍ରିକ ଥାନା ଅଧିକାରି ମହମ୍ମଦ ହାପିଜ ଓ ବହୁ ଭଦ୍ରବ୍ୟକ୍ତି ଗ୍ରାମବାଶି ଯାଇଥିଲେ । ନୈକା ବିହାର ସାରି ଫେରିବା ପରେ ସଭାରେ ଯୋଗ ଦେଇ ଅତିଥି ମାନେ ଉକ୍ତ ପାରମ୍ପରିକ ଉତ୍ସବ ବିଷୟ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ।