ବ୍ରହ୍ମାଣ୍ଡର ନାଥ ବିଶ୍ଵନିୟନ୍ତାଙ୍କ ଉତ୍ସର୍ଗୀକୃତ ସେବାରେ ଉତ୍କଳ ପରିବାର ଫାଉଣ୍ଡେସନ

0

ଖୋର୍ଦ୍ଧା:ରତ୍ନବେଦି ଛାଡି ମାନବୀୟ ଲୀଳା କରିବାକୁ ବଡ଼ଦାଣ୍ଡକୁ ଓଲ୍ଲହାଇଛନ୍ତି ବିଶ୍ୱ ନିୟନ୍ତା, ବ୍ରହ୍ମାଣ୍ଡର ନାଥ ଭାଇ ଭଉଣୀଙ୍କ ସହ ଭକ୍ତଙ୍କ ମେଳରେ ଭକ୍ତଙ୍କୁ ଦର୍ଶନ ଦେଇ ଝୁଲି ଝୁଲି ରଥାରୁଢ଼ ହୋଇ ପଟୁଆର ଧରି ଜନ୍ମବେଦୀକୁ ନଅଦିନ ଯାତ୍ରା ରେ ବାହାରିଛନ୍ତି ।ଲକ୍ଷ ଲକ୍ଷ ଭକ୍ତଙ୍କ ଅପଲକ ନୟନରେ ଚାହିଁ ରହିଥିଲେ, କେବେ ଦର୍ଶନଦେବେ ଚକା ଆଖି । ସେଥିଲାଗି ଲକ୍ଷାଧିକ ଭକ୍ତ ଦେଶ ବିଦେଶରୁ ଛୁଟି ଆସିଥିଲେ ବଡ଼ଦାଣ୍ଡକୁ । ଖାତିର କରିନଥିଲେ ଦିନତମାମ ହୋଇଥିବା ଟାଣ ଖରା ଓ ଗୁଳୁଗୁଳିକୁ । ବିନା ଚପଲରେ ନିରନ୍ତର ଭାବେ ଅନେକ ଭକ୍ତ ।

ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓଡିଶା କୋଣ ଅନୁକୋଣରୁ ଆସି କାଳିଆର ସେବାରେ ଲାଗିପଡ଼ିଥିଲେ । ଯାହାଦ୍ୱାରା ଭକ୍ତଙ୍କୁ ମିଳୁଥିଲା ଅନେକ ଆଶ୍ବସ୍ତି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଂଚାୟତର ଅନେକ ଭକ୍ତ ପ୍ରଥମ ଥର ପାଇଁ କାଳିଆ ସେବାରେ ଲାଗିଥିଲେ । ଚିଲିକାର ଉତ୍କଳ ପରିବାର ଫାଉଂଡେସନ ସହଯୋଗରେ ପୁରୀରେ ପହଂଚି ଜଳସିଂଚନ, ଖାଦ୍ୟ ବଣ୍ଟନ, ଅସୁସ୍ଥ ହୋଇପଡୁଥିବା ରୋଗୀକୁ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାରେ ପହଂଚାଇବା, ଆମ୍ବୁଲାନ୍ସକୁ ଯିବା ଆସିବା ରାସ୍ତାକୁ ଖାଲି ରଖିବା ଭଳି ଅନେକ ସେବାରେ ସହଯୋଗ କରିଥିଲେ । ନିଜକୁ କାଳିଆର ପ୍ରେମରେ ଏକାକାର କରି ଟାଣଖରା କୁ ଖାତିର ନକରି ଖାଲି ପାଦରେ ସେବା ଯୋଗେଇଚାଲିଥିଲା ଉତ୍କଳ ପରିବାର ଫାଉଣ୍ଡେସନ ।

ରଥଯାତ୍ରାର ପୂର୍ବଦିନ ରାତ୍ରିରେ ଅନେକ ଭକ୍ତ ରେଳ ମାଧ୍ୟମରେ ଆସି ଭି ଆଇ ପି ରୋଡ ଦେଇ ବଡଦାଣ୍ଡ ଓ ସମୁଦ୍ର କୂଳକୁ ଯାଉଥିଲେ । ତାକୁ ଦୃଷ୍ଟିରେ ରଖି ଭି ଆଇ ପି ରୋଡ ସ୍ଥିତ ଆୟୁର୍ବେଦିକ କଲେଜ ସାମ୍ନାରେ ରୋଷେଇ ଖାଦ୍ୟ ବାଣ୍ଟିଥିଲେ । ପାଖାପାଖି ୧ ହଜାରରୁ ଅଧିକ ଭକ୍ତ ରାତ୍ରି ଦୁଇଟା ପର୍ୟ୍ୟନ୍ତ ଖାଦ୍ୟ ପାଇଥିଲେ । ଉତ୍କଳ ପରିବାରର ସଦସ୍ୟ ମାନେ ଯାହା କୁହନ୍ତି ଏହା ଏକ ଅନନ୍ୟ ସୁଯୋଗ । ଏଭଳି ସୁଯୋଗ ସବୁ ବେଳେ ମିଳୁଥାଉ ଯାହାକି ଉତ୍କଳ ପରିବାର ଆମକୁ ଦେଇଛି , ଆମେ ନିଜକୁ ମଧ୍ୟ ଗର୍ବ ଅନୁଭବ କରୁଛୁ । ଏଥିରେ ଉତ୍କଳ ପରିବାର ର ୧୫ ଜଣ ସଦସ୍ୟ ସେବା ଯୋଗେଇଥିଲେ ।

ଏଥିରେ ଉତ୍କଳ ପରିବାର ର ୧୫ ଜଣ ସଦସ୍ୟ ସେବା ଯୋଗେଇଥିଲେ । ଏଥିରେ ଯୋଗଦେଇଥିଲେ, ଗୋପବନ୍ଧୁ ବଳବନ୍ତରାୟ, ସାଗର ମାର୍ଥୀ, ଅଜୟ ବଳବନ୍ତରାୟ ,ମହେଶ୍ୱର ଗୁରୁ, ସନ୍ତୋଷ ସାମନ୍ତରାୟ, ପ୍ରଶାନ୍ତ ଗୁରୁ, କାର୍ତିକ ଗୁରୁ, ତ୍ରିନାଥ ସ୍ୱାଇଁ, ଶାନ୍ତନୁ ଜେନା, ସୁଶାନ୍ତ ପରିଡା, ଅଶୋକ ଗୁରୁ, ଦୁଃଶାସନ ସ୍ୱାଇଁ, ସୁଶାନ୍ତ ଗୁରୁ , ବଳଭଦ୍ର ମାର୍ଥୀ ଯୋଗ ଦେଇ ନିଜକୁ ଧନ୍ୟ କରିଛନ୍ତି । ଉତ୍କଳ ପରିବାର ଫାଉଂଡେସନ ଓ ମିଶନ ଓଡିଶା ର ମିଳିତ ସହଯୋଗ ତରଫରୁ ୫୦ ରୁ ଉର୍ଦ୍ଧ ସଦସ୍ୟ ବିଶ୍ୱନିୟନ୍ତାଙ୍କ ଅପୂର୍ବ ନୀଳାରେ ନିଜକୁ ସାମିଲ କରି ସମର୍ପିତ ଭାବ ରଖି ସେବା ଯୋଗେଇଦେବାକୁ ବାହୁଡା ଯାତ୍ରା ରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ସମସ୍ତ ସେବାରେ ସାମିଲ ହେବ ।କେବଳ ଏତିକି ନୁହେଁ ଆଗକୁ ଖୋର୍ଦ୍ଧା ଜିଲ୍ଲା ସମେତ ଓଡ଼ିଶାର ଅନେକ ଜନ ହିତ କାର୍ୟ୍ୟ , ଲୋକକଂ ହକ ପାଇଁ ଲଢେଇ, ଦୁର୍ନୀତି ଭ୍ରଷ୍ଟାଚାର ରୋକିବା, ମେଡିକାଲ ସହାୟତା, ଶିକ୍ଷା ଉପରେ କାର୍ୟ୍ୟ କରିବା ଓ ପ୍ରତିଜ୍ଞାବଦ୍ଧ ବୋଲି ଉତ୍କଳ ପରିବାର ସଂଗଠନ ର ମୁଖ୍ୟ ପ୍ରତିଷ୍ଠାତା ସମ୍ପାଦକ ପ୍ରତାପେଶ୍ୱର ଶତପଥି କୁହିଛନ୍ତି ।

ଏଥିରେ ପୁରୀର ଅଗ୍ରିମ ସଂଗଠନ ମିଶନ ଓଡିଶାର ପ୍ରତିଷ୍ଠାତା ମଧୁସୂଦନ ମିଶ୍ରଙ୍କ ସହଯୋଗରେ ଏହା ସବୁ ସମ୍ଭବ ହୋଇପାରିଛି ବୋଲି ଉତ୍କଳ ପରିବାର ସଂଗଠନର ସମ୍ପାଦକ କୁହନ୍ତି । ଉତ୍କଳ ପରିବାର ଫାଉଣ୍ଡେସନ ର ସଭାପତି ତଥା ଜଗନ୍ନାଥଙ୍କ ସିଂହାରୀ ସେବକ ଗୌରୀଶଙ୍କର ସିଂହାରୀ କୁହନ୍ତି ଏ କାଳିଆର ନୀଳା ଅପୂର୍ବ ଏଥିରେ ସୁଯୋଗପାଇ ସେବା ପ୍ରଦାନ କରିବା ଆହୁରି ମହାନ ଓ ଅପୂର୍ବ । ଆମ୍ଭେ ମାନେ ଆଗକୁ ଅନେକ ସମାଜପାଇଁ ଅନେକ ହିତ କାର୍ୟ୍ୟରେ ସାମିଲ ହେବୁ ।