ଓଡିଆ ହକି ଖେଳାଳୀଙ୍କ ସହ ପାଣ୍ଡିଆନଙ୍କ ଆଲାଚନା

0

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ୪ ଜଣ ଓଡିଆ ଖେଳାଳୀଙ୍କୁ ଙେଟିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଟୋକିଓ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇ ଆଜି ନିଜ ରାଜ୍ୟକୁ ଫେରିଛନ୍ତି ଏହି ୪ ଖେଳାଳୀ । ଏହି ଅବସରରେ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଭ୍ଗ ଷ୍ଟାଡିୟମରେ ସେମାନଙ୍କ ସମ୍ବର୍ଦ୍ଧନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଖେଳାଳୀଙ୍କ ସହ ଆଲୋଚନା କରିଛନ୍ତି । ଖେଳାଳୀମାନଙ୍କ ସହ ନିଜ ପୁରୁଣା ଦିନର କଥା ମଧ୍ୟ ଶେୟର କରିଛନ୍ତି ୫ଟି ସଚିବ । ଏଥିସହ ଖେଳାଳୀମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଆଗାମୀ ଦିନରେ ଏହିଭଳି ଖେଳ ପ୍ରଦର୍ଶନ ଜାରି ରଖିବାକୁ ଉପଦେଶ ଦେଇଛନ୍ତି ପାଣ୍ଡିଆନ ।

     ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୨ ଜଣ ପୁରୁଷ ଖେଳାଳୀ ସାମିଲ ଥିଲେ । ମହିଳା ଦଳ ତରଫରୁ ଦୀପ ଗ୍ରେସ ଏକ୍କା ଏବଂ ନମିତା ଟପୋ ଥିବା ବେଳେ ପୁରୁଷ ତରଫରୁ ଅମିତ ରୋହି ଦାସ ଏବଂ ବିରେନ୍ଦ୍ର ଲାକ୍ରା ଦଳ ପାଇଁ ଅଲିମ୍ପିକ୍ସରେ ଯୋଗ ଦେଇଥିଲେ । ତେବେ ନମିତା ଏବଂ ଦୀପ ଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ  ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଲଢି ହାରିଥିଲେ ବି ସେମାନଙ୍କର ପ୍ରଦର୍ଶନ ସ୍ମରଣୀୟ ହୋଇ ରହିବ । ସେପଯେ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞକଜ ପଦକ ଜିତି ଇତିହାସ ରଚିଛି । ସେଥିପାଇଁ ଅମିତ ଏବଂ ବିରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏକ ବଡ ଉପହାର ପ୍ରସ୍ତାବ ଦେଇଛନ୍ତି । ଓଡିଶା ପୋଲିସରେ ଡିଏସପି ପଦରେ ଯୋଗ ଦେବ ପାଇଁ ଦୁହିଁଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି ।