ଗଞ୍ଜେଇ ଚାଷ ଜମିରେ ଅବକାରୀ ବିଭାଗ

0

ଗୋପ/ଜୟନ୍ତ କୁମାର ସେଠି: କଣାସରେ ଗଞ୍ଜେଇ ଚାଷ ।ପୁରୀ ଜିଲ୍ଲା କଣାସରେ ପ୍ରଥମ ଥର ଏତେ ପରିମାଣର ଗଂଜେଇ ଚାଷ ସାମ୍ନାକୁ ଆସିଲା । କଣାସ ନାନ କେରା ଅଂଚଳରେ ଚାଷ ଜମି ହିଡ଼ରେ ଦେଖିବାକୁ ମିଳିଛି ଶହ ଶହ ଗଞ୍ଜେଇ ଗଛ । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଅବକାରୀ ବିଭାଗ ।ଅବକାରୀ ବିଭାଗର ଜଗଦୀଶ ସାମଲ ଙ୍କ ନେତୁତ୍ବ ରେ ଗଞ୍ଜେଇ ଚାଷ ନଷ୍ଟ କରୁଛି ଅବକାରୀ ବିଭାଗ । ଗଞ୍ଜେଇ ଗଛ ର ଆନୁମାନିକ ମୂଲ୍ୟ ତିନି କୋଟି ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଏସ୍ପି । ଆଜି ୧୫ଜଣିଆ ଟିମ ଗଞ୍ଜେଇ ଚାଷ ନଷ୍ଟ କରୁଥିବା ବେଳେ ଏହାକୁ ନଷ୍ଟ କରିବାକୁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି କହିଛନ୍ତି ଏସ୍ପି । ସେପଟେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଏ କିଏ କରୁଥିଲେ ଓ କେତେ ଦିନ ଧରି ଏଭଳି ଗଞ୍ଜେଇ ଚାଷ କରାଯାଉ ଥିଲା ସେ ନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ଗଞ୍ଜେଇ ଚାଷ ହେଉଥିବା ଜମି ମାଲିକ ମାନେ ଫେରାର ହୋଇ ଯାଇଛନ୍ତି । ସେପଟେ ଏତେ ପରିମାଣର ଗଞ୍ଜେଇ ଚାଷକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା, ପୂର୍ବରୁ ଅନ୍ୟ ରାଜ୍ୟରୁ ପୁରୀ ଜିଲ୍ଲା କୁ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହି ରହିଥିବା ବେଳେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଭଳି ପୋଲିସ ଓ ଅବକାରୀ ବିଭାଗ ର ଦୃଷ୍ଟି ଆଢୁଆଳରେ ହେଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି ପାଞ୍ଚ ହଜାର ଗଛ ନଷ୍ଟ କରି ଅପରେସନ ବନ୍ଦ ରଖି ଥିବା ବେଳେ ଆସନ୍ତା କାଲି ଗଞ୍ଜେଇ ଚାଷ ନଷ୍ଟ କରିବା କାର୍ୟ୍ୟ ପୁଣି ଆରମ୍ଭ କରିବ ଅବକାରୀ ବିଭାଗ।