ଭୁବନେଶ୍ୱର: ଆଜି ରାଜ୍ୟର ସହରାଞ୍ଚଳଗୁଡିକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଟୀକାକରଣ ଆରମ୍ଭ ହୋଇଛି । ତେବେ ୫ଟି ବଡ ସହରରେ ଟୀକାରଣକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ଡ୍ରାଇଭ ଇନ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ଏକ୍ସପ୍ଲାନେଡ ସମେତ କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ସିମ୍ଫୋନି ମଲର ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମ୍ରେ ଡ୍ରାଇଭ ଇନ ବ୍ୟବସ୍ଥା କରାଯାଇଛି । ଏଠାରେ କେବଳ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ ।
ତେବେ ୧୮-୪୪ ବୟସ ବର୍ଗ ଓ ବରିଷ୍ଠ ନାଗରିକଙ୍କ ଟୀକାକରଣକୁ ସହଜ କରିବାକୁ ତଥା ଭିଡ କମାଇବାକୁ ଉଭୟ ବର୍ଗକୁ ଗୋଟିଏ ଦିନ ବ୍ୟବଧାନରେ ଦିଆଯିବ । ମେ ୧୧, ୧୩, ୧୫, ୧୮, ୨୦ ଓ ତାରିଖରେ ୧୮ରୁ ୪୪ ବର୍ଷ ଲୋକଙ୍କୁ ଟୀକା ଦେବାକୁ ଥିବା ବେଳେ ୧୨,୧୪, ୧୭,୧୯ ଓ ୨୧ ତାରିଖରେ ରାଉରକେଲାରେ ୪୫ ବର୍ଷରୁ ଅଧିକଙ୍କୁ ଟୀକାର ଦ୍ୱିତୀୟ ଡୋଜ ଦିଆଯିବ ।
ତେବେ ଦ୍ୱିତୀୟ ଡୋଜ ଟୀକା ଲାଗି ଅନଲାଇନ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇ ନାହିଁ । ରାଉରକେଲାର ଆଇଜିଏଚ, ୟୁସିଏଚସି, ପାନପୋଷ, ରିଜର୍ଭ ପୁଲିସ ହସ୍ପିଟାଲ, ସେକ୍ଟର-୬ ହସ୍ପିଟାଲ, ଆରଜିଏଚ, ବନ୍ଧମୁଣ୍ଡା ରେଲୱେ ହସ୍ପିଟାଲରେ ଟୀକାକରଣ କେନ୍ଦ୍ର କରାଯାଇଛି ।