ଟିକା ଅଭାବ ହେତୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ
ବୁଧବାର ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକା ଅଭାବ ପାଇଁ ଏହି ସବୁ ଜିଲ୍ଲାରେ ଥିବା ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।
(ଭୁବନେଶ୍ୱର) : ବୁଧବାର ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକା ଅଭାବ ପାଇଁ ଏହି ସବୁ ଜିଲ୍ଲାରେ ଥିବା ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ସୋନପୁରରେ ସମସ୍ତ ଟିକା କେନ୍ଦ୍ର ବନ୍ଦ ରହିବ। ଟିକା ସମସ୍ୟା ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରିଥିଲେ ।
ସୂଚନାନୁଯାୟୀ , ରାଜ୍ୟରେ ଏବେ କୋଭିସିଲଡ୍ ଟିକାର ଅଭାବ ଦେଖାଦେଲାଣି। ଆଜିସୁଦ୍ଧା ଆଉ ମାତ୍ର ୩୮୩୮୦ ଡୋଜ୍ କୋଭିସିଲଡ୍ ଟିକା ମହଜୁଦ ରହିଛି। ଟିକା ସମସ୍ୟା ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରିଥିଲେ ।